ମଧ୍ୟପ୍ରଦେଶ ଉପନିର୍ବାଚନ: 'ସିନ୍ଧିଆଙ୍କ ବିଶ୍ୱସ୍ତଙ୍କ ବିଜୟ ସୁନିଶ୍ଚିତ କରନ୍ତୁ, ନଚେତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ'
Advertisement
trendingNow1746412

ମଧ୍ୟପ୍ରଦେଶ ଉପନିର୍ବାଚନ: 'ସିନ୍ଧିଆଙ୍କ ବିଶ୍ୱସ୍ତଙ୍କ ବିଜୟ ସୁନିଶ୍ଚିତ କରନ୍ତୁ, ନଚେତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ'

ପାଖେଇ ଆସୁଛି ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ (MP Bypolls) । ୨୭ଟି ବିଧାନସଭା ଆସନରେ ବିଜେପି (BJP) ଓ କଂଗ୍ରେସ (Congress) ମଧ୍ୟରେ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି । ଏନେଇ ଉଭୟ ବିଜେପି ଓ କଂଗ୍ରେସର ନେତାଗଣ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଅନ୍ୟପକ୍ଷେ ବିଜେପି ପାଇଁ ଦଳର ନେତାଙ୍କ ଅସନ୍ତୋଷ ଏକ ଚିନ୍ତାର ପ୍ରମୁଖ କାରଣ

ମଧ୍ୟପ୍ରଦେଶ ଉପନିର୍ବାଚନ: 'ସିନ୍ଧିଆଙ୍କ ବିଶ୍ୱସ୍ତଙ୍କ ବିଜୟ ସୁନିଶ୍ଚିତ କରନ୍ତୁ, ନଚେତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ'

ନୂଆଦିଲ୍ଲୀ: ପାଖେଇ ଆସୁଛି ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ (MP Bypolls) । ୨୭ଟି ବିଧାନସଭା ଆସନରେ ବିଜେପି (BJP) ଓ କଂଗ୍ରେସ (Congress) ମଧ୍ୟରେ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି । ଏନେଇ ଉଭୟ ବିଜେପି ଓ କଂଗ୍ରେସର ନେତାଗଣ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଅନ୍ୟପକ୍ଷେ ବିଜେପି ପାଇଁ ଦଳର ନେତାଙ୍କ ଅସନ୍ତୋଷ ଏକ ଚିନ୍ତାର ପ୍ରମୁଖ କାରଣ ପାଲଟିଛି । ସେପଟେ ବିଗତ ଦିନରେ ଆଗାମୀ ନିର୍ବାଚନରେ ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ ବିଜେପି ନେତାଙ୍କୁ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chauhan) । ଏହାର ଗୋଟିଏ ସପ୍ତାହ ନପୁରୁଣ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବିଜେପି ସାଧାରଣ ସମ୍ପାଦକ (BJP General Secretary) ବି.ଏଲ୍ ସନ୍ତୋଷ ( BL Santosh) ବିଧାନସଭା ପ୍ରଭାରୀଙ୍କୁ ଚେତାବନୀ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଏହା ସୁନିଶ୍ଚିତ କରିବା ଯେ ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ବିଶ୍ୱସ୍ତ ସମେତ ସମସ୍ତ ବିଜେପି ନେତା ନିଜ ନିଜ ଆସନରୁ ବିଜୟ ହାସଲ କରିବେ ।

ଅଧିକ ପଢ଼ନ୍ତୁ:-ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସଭାରେ ହଙ୍ଗାମା, ଜୋରଦାର ନାରାବାଜି କଲେ କାର୍ଯ୍ୟକର୍ତ୍ତା

ସନ୍ତୋଷ କହିଛନ୍ତି ଯେ, ଯଦି କୌଣସି ପ୍ରାର୍ଥୀ ଜିତିବାରେ ବିଫଳ ହୁଅନ୍ତି, ତେବେ ବିଜେପି ନେତାଙ୍କ କହିବାନୁସାରେ ଦାୟିତ୍ୱରେ ଥିବା ବିଧାନସଭା ପ୍ରଭାରୀଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ପାଇଁ ପ୍ରସ୍ତୁତ ହେବା ଉଚିତ । ବୁଧବାର ବିଧାନସଭାର ପ୍ରଭାରୀ ତଥା ଦଳର ଉପନିର୍ବାଚନ ପରିଚାଳନା କମିଟି ସଦସ୍ୟଙ୍କ ସହ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସେ ଏହି ଚେତାବନୀ ଦେଇଛନ୍ତି ।

ସହରାଞ୍ଚଳ ବିକାଶ ମନ୍ତ୍ରୀ ତଥା ଉପନିର୍ବାଚନ ପରିଚାଳନା କମିଟିର ଦାୟିତ୍ୱରେ ଥିବା ଭୁପିନ୍ଦର ସିଂ କହିଛନ୍ତି ଯେ, "ଉପନିର୍ବାଚନର ପ୍ରସ୍ତୁତି ତଥା ଅଭିଯାନର ମୂଲ୍ୟାଙ୍କନ ସମୀକ୍ଷା କରାଯିବ । କେତେକ ମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ନିର୍ବାଚନମଣ୍ଡଳୀ ଦିଆଯାଇଛି ଏବଂ ପ୍ରତ୍ୟେକଙ୍କର ଉତ୍ତରଦାୟିତ୍ୱ ରହିଛି ।" ଉପନିର୍ବାଚନ ୨୭ଟି ଆସନରେ ଅନୁଷ୍ଠିତ ହେବ । କିନ୍ତୁ ଏପର୍ଯ୍ୟନ୍ତ ଏହାର ତାରିଖ ଘୋଷଣା ହୋଇନାହିଁ ।

ବିଜେପି ନେତାମାନେ କହିଛନ୍ତି ଯେ ସନ୍ତୋଷଙ୍କ କ୍ରୋଧ ସେହି ସମୟରେ ଆସିଥିଲା ଯେତେବେଳେ ମଧ୍ୟପ୍ରଦେଶର କିଛି ନିର୍ବାଚନମଣ୍ଡଳୀରୁ ଖବର ଆସିଛି ଯେ ଦଳର ପୁରୁଣା ପ୍ରଭାରୀ ଉପନିର୍ବାଚନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁ ନାହାଁନ୍ତି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଦଳର କେନ୍ଦ୍ରୀୟ ନେତୃତ୍ୱ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏହି ଅଞ୍ଚଳରେ ବିଜେପିକୁ ଜିତାଇବା ପାଇଁ ଗ୍ୱାଲିଅରକୁ ପଠାଇଛନ୍ତି ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ଲାଲୁ ଓ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା, ଜେଡିୟୁରେ ସାମିଲ ହେଲେ ଏହି ୩ ବଡ଼ ନେତା

ଏହି ବୈଠକରେ ପୂର୍ବତନ ବିଜେପି ସାଂସଦ ଜଭଭାନ ସିଂ ପୋୱେୟା, ଦଳର ନେତା ମାୟା ସିଂ ଏବଂ ଲାଲ ସିଂ ଆର୍ଯ୍ୟ ଉପସ୍ଥିତ ଥିଲେ । ଏମାନେ ସମସ୍ତେ ବିଧାନସଭା ପ୍ରଭାରୀ ଅଛନ୍ତି । ସୂତ୍ରରୁ ପ୍ରକାଶ ଯେ ଏହି ନେତାମାନେ ନିର୍ବାଚନ ପ୍ରଚାରରେ ସକ୍ରିୟ ଭାବେ ଜଡିତ ନାହାଁନ୍ତି ।

Trending news